ଜ୍ବରରେ ପୀଡିତ ଶୀଜିଉ, ଶ୍ରୀମନ୍ଦିରରେ ପୂଜା ପାଇଲେ ଦିଅଁ - ଜ୍ବରରେ ପୀଡିତ ଶୀଜିଉ

🎬 Watch Now: Feature Video

thumbnail

By

Published : Jun 6, 2023, 9:30 AM IST

ପୁରୀ: ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । ଏହାପରେ ପରେ ଜ୍ବରରେ ପୀଡ଼ିତ ଦାରୁ ଦିଅଁ । ଏହାପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି ।  ଅଣସରରେ ୧୫ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ । ଅଣସରରେ ମହାପ୍ରଭୁ ଥିବାରୁ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇଛନ୍ତି ପଟି ଦିଅଁ । ଆଜି ଦ୍ବିତୀୟ ଦିନରେ ପଟି ଦିଆଁଙ୍କୁ ଶ୍ରୀମନ୍ଦିରରେ ପୂଜା କରାଯାଇଛି । ରବିବାର ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ଆରମ୍ଭ ହୋଇଛି ଅଣସର ନୀତି । ମହାପ୍ରଭୁ ଦଇତା ପତି ସେବକମାନେ ଏହି ଉପଚାର ଆରମ୍ଭ କରିଛନ୍ତି ।  ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଅନୁପସ୍ଥିତିରେ ମହାପ୍ରଭୁ ଚଳନ୍ତି ପ୍ରତିମା ସହ ପଟିଦିଅଁ ପୂଜା ପାଆନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ପ୍ରଭୁ ଅନନ୍ତ ନାରାୟଣ, ପ୍ରଭୁ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେଵୀ ସୁଭଦ୍ରାଙ୍କ ସ୍ଥାନରେ ଦେଵୀ ଭୁବନେଶ୍ଵରୀଙ୍କୁ ପୂଜା କରାଯାଏ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.