thumbnail

By

Published : Jul 26, 2023, 7:42 PM IST

ETV Bharat / Videos

ଲଗାଣ ବର୍ଷା ସାଜିଲା କାଳ, ନାଳରେ ଭାସି ଗଲା ଯୁବକଙ୍କ ଜୀବନ

ମାଲକାନଗିରି: ନାଳରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଖଇରପୁଟ ବ୍ଲକ, ମୁଦୁଲିଗୁଡା ଗ୍ରାମରେ । ପୋଲିସ ସୂଚନା ଅନୁସାରେ ଗତକାଲି(ମଙ୍ଗଳବାର) ମୁଦୁଲିଗୁଡ଼ା ଗ୍ରାମ ଘେନୁ ଚାଲାଣ ଚାଷ କରିବାକୁ ନିଜ ଚାଷ ଜମିକୁ ଯାଇଥିଲେ । ଚାଷ ସାରି ଘରକୁ ଫେରିବା ସମୟରେ ଲଗାଣ ବର୍ଷା ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ନାଳରେ ପାଣି ଭର୍ତ୍ତି ହୋଇଥିବା ସମୟରେ ସେହି ନାଳକୁ ପାର କରିବାକୁ ଚେଷ୍ଟା କରୁଥିବା ସମୟରେ ଗୋଡ ଖସିଯାଇଥିଲା । ଗୋଡ଼ଖସି ଯିବା ଫଳରେ ନାଳରେ ପଡି ଘେନୁଙ୍କ ମୃତ୍ୟୁ ଘଟିଥିଲା । ପରେ ପରିବାର ଲୋକେ ଜାଣି କୁଡୁମୁଳୁଗୁମ୍ମା ଫାଣ୍ଡିରେ ଲିଖିତ ଆକାରରେ ଏତଲା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବିଭାଗ ଓ ତହସିଲ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏହାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଅଜିତ ସିଂ ବରିହା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.