କୋଏଲ ନଦୀରେ ଛାତ୍ର ବୁଡିଯିବା ଘଟଣା, ମିଳିଲା ମୃତଦେହ - ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 4, 2023, 8:12 AM IST

ରାଉରକେଲା: କୋଏଲ ନଦୀରେ ଛାତ୍ର ବୁଡିଯିବା ଘଟଣା । ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ରାଉରକେଲା କୋଏଲ ନଦୀରେ ଗତ ଶନିବାର ଦିନ ଜଣେ ସ୍କୁଲ ଛାତ୍ର ବୁଡି ନିଖୋଜ ଥିବା  ଛାତ୍ର ପ୍ରିୟ ରଞ୍ଜନ ପାଢ଼ୀଙ୍କ ବେଳେ ଛାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ମୃତ ଛାତ୍ର ପ୍ରିୟ ରଞ୍ଜନ ପାଢୀ ଲେବର ଟେନାମେଣ୍ଟ ଅଞ୍ଚଳରେ ରହୁଥିଲେ । ପ୍ରିୟ ରଞ୍ଜନ ବାସନ୍ତୀ କଲୋନି ଡ଼ିଏଭି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । ଗତ ସୋମବାର ସ୍କୁଲ ଛୁଟି ହେବା ପରେ ଅପରାହ୍ନ ୪ଟା ସମୟରେ ଚାରି ଜଣ ଛାତ୍ର ଏକାଠି ହୋଇ ପ୍ରଧାନପାଲ୍ଲୀ ସ୍ଥିତ ରେଳପୋଲ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇଲା ବେଳେ  ହଠାତ ଅଧିକ ପାଣି ଥିବା ଅଞ୍ଚଳକୁ ପଶି ଯାଇଥିଲେ ୪ଜଣ ନାବାଳକ । ଏନେଇ ପାଣିରେ ବୁଡି ଯାଉଥିବା ୪ଜଣ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ସ୍ଥାନୀୟବାସିନ୍ଦା ପହଞ୍ଚିଥିଲେ  । ସେମାନେ ୩ ଛାତ୍ରଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟ ଜଣେ ଛାତ୍ର ନିଖୋଜ ଥିବା ବେଳେ ଗତକାଲି ତାଙ୍କର ମୃତଦେହ ଉଦ୍ଧାର କରିଛି ଓଡ୍ରାଫ ଟିମ  ।  

ଏହା ମଧ୍ୟ ପଢନ୍ତୁ- ନଦୀରେ ଗାଧୋଇବା ହେଲା କାଳ, ନାବାଳକ ମୃତ

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.