ମାଛ ଧରୁ ଧରୁ ଆନିକଟ ବ୍ରିଜରୁ ଖସି ପଡିଲେ ବ୍ୟକ୍ତି, ଅଳ୍ପକେ ବଞ୍ଚିଲା ଜୀବନ - ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ବ୍ୟକ୍ତି
🎬 Watch Now: Feature Video
Published : Nov 7, 2023, 5:22 PM IST
କଟକ: ଅଳ୍ପକେ ବଞ୍ଚିଲା ବ୍ୟକ୍ତିଙ୍କ ଜୀବନ। ମାଛ ଧରୁ ଧରୁ ଯୋବ୍ରା ଆନିକଟ ବ୍ରିଜରୁ ଖସି ପଡିଲେ ଜଣେ ବ୍ୟକ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଚିକିତ୍ସା ପାଇଁ କଟକ SCB ବଡ଼ ମେଡ଼ିକାଲକୁ ଉକ୍ତ ବ୍ୟକ୍ତିଙ୍କୁ ପଠାଯାଇଥିବା ଜଣାପଡିଛି । ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଟୁଟୁ ଦାସ । ବୟସ ତାଙ୍କର ୫୦ ବର୍ଷ ହୋଇଥିବା ବେଳେ ଘର ନିକଟତର ଯୋବ୍ରା ମଝି ସାହିର। ଆହତ ବ୍ୟକ୍ତିଙ୍କ ମୁଣ୍ଡ ରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି ।
ସୂଚନା ଥାଉ କି, ସେ ସର୍ବଦା ବ୍ୟାରେଜରେ ମାଛ ଧରିବା ପାଇଁ ଆସିଥାନ୍ତି । ହେଲେ ଆଜି ମାଛ ଧରୁଥିବା ବେଳେ ହଟାତ ତାଙ୍କ ଗୋଡ ଖସି ଯାଇଥିଲା । ଆଉ ସେ ଗେଟ ନମ୍ବର ୧ ରେ ପଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସାଙ୍ଗେ ସାଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ଟିମ ବ୍ୟାରେଜରେ ପହଁଚି ଉକ୍ତ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ତେବେ ଏହି କିଛି ମାସ ମଧ୍ୟରେ ଯୋବ୍ରା ଆନିକଟରେ ଏପରି ଅନେକ ଘଟଣା ଘଟିଲାଣି । ତେବେ ଆଗମୀ ଦିନରେ ଏପରି ଘଟଣା ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଯଥେଷ୍ଟ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସାଧାରଣ ଜନତା କହିଛନ୍ତି ।
ଇଟିଭି ଭାରତ, କଟକ