ଭୁବନେଶ୍ବରରେ ସମବାୟ ସମିତି ସପ୍ତାହ ପାଳିତ, ଗଣଦୌଡ଼ରେ ସାମିଲ ହେଲେ ୪୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି - ୭ ଦିନ ଧରି ଚାଲିବ ସମବାୟ ସମିତି ସପ୍ତାହ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 14, 2023, 3:09 PM IST

ଭୁବନେଶ୍ବର: ଭୁବନେଶ୍ବରରେ ସର୍ବଭାରତୀୟ ସମବାୟ ସମିତି ସପ୍ତାହ ପାଳିତ ହୋଇଛି । ୭୦ତମ ସମବାୟ ସମିତି ସପ୍ତାହ ପାଳନ ହୋଇଯାଇଥିବା ବେଳେ ଏହାକୁ ଆୟୋଜିତ କରିଛି ନିଖିଳ ଭାରତ ସମବାୟ ସପ୍ତାହ । ୭ ଦିନ ଧରି ଏହି ଦିବସ ପାଳିତ ହେବ । ଏହି ଅବସରରେ ଏକ ବିଶାଳ ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଗଣଦୌଡ଼ର ଉଦଘାଟନ କରିଛନ୍ତି । ଏହି ବିଶାଳ ଗଣଦୌଡ଼ଟି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ଆରମ୍ଭ ହୋଇ ରାମମନ୍ଦିର ଦେଇ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ୪୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବକ ଓ ବୟସ୍କ ବ୍ୟକ୍ତି ସାମିଲ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାକୁ ମିଳିବ ନୂଆ ପୋଲିସ ଡିଜି; ରେସରେ ବି ରାଧିକା, ସୁଧାଂଷୁ ଷଡଙ୍ଗୀଙ୍କ ସମେତ 7 IPS

ଖାଲି ଗଣଦୌଡ଼ ନୁହେଁ ଉପସ୍ଥିତ ପ୍ରତଯୋଗୀମାନେ ଜୁମ୍ବା ଡ୍ୟାନ୍ସ ମଧ୍ୟ କରିଥିଲେ । ପରେ ରାଜ୍ୟ ସମବାୟ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟରେ ଏକ ଭବ୍ୟ ସମାରୋହ ସହ ଗଣଦୌଡ଼ରେ ସାମିଲ ହୋଇଥିବା ସଫଳ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାର ସମବାୟ ବିଭାଗର ଏହି ଦୌଡ଼ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି ଉପସ୍ଥିତ ପ୍ରତିଯୋଗୀମାନେ। ଦୌଡ଼ିବା ଦ୍ବାରା ଶରୀର ସୁସ୍ଥ ରହିବ ତେଣୁ ଏଭଳି ମାରାଥନ୍ ରେ ଭାଗନେଇ ଖୁସି ଅନୁଭବ କରୁଥିବା ପ୍ରତିଯୋଗୀ କହିଛନ୍ତି । ସପ୍ତାହେ ଧରି ସାରା ରାଜ୍ୟରେ ଏହିଭଳି କାର୍ଯ୍ୟକ୍ରମ କରାଯାଉଥିବା ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରତିକ୍ରିୟା ରଖିଛନ୍ତି । ତେବେ କେବଳ ରାଜ୍ୟ କାର୍ଯ୍ୟାଳୟରେ ନୁହେଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ମଧ୍ୟ ଏହି ଦିବସ ପାଳନ ହୋଇଛି । 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.