thumbnail

Junior Shivamani: ଚର୍ଚ୍ଚାରେ ୮ବର୍ଷର କୁନି ପୁଅ, ଚମତ୍କାର ଡ୍ରମ ବଜାଇ ସାଉଣ୍ଟୁଛନ୍ତି ପ୍ରଶଂସା

By

Published : Dec 9, 2022, 4:11 PM IST

Updated : Feb 3, 2023, 8:35 PM IST

ଅମରାବତୀ: ଡ୍ରମ ଯେପରି ତାଙ୍କ ପାଇଁ ହାତର କଣ୍ଢେଇ । ମାତ୍ର ୮ବର୍ଷ ବୟସରେ ଆଖି ପିଛୁଳାକେ ଡ୍ରମ ବଜାଇ ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର କୁନି ଡ୍ରମ ବାଦକ ତୁମୁଲୁରି ଚେକିତ ପ୍ରାଗନାୟ (Tumuluri Chekit Pragnaya) । ଆଉ ଜୁନିଅର ଶିବମଣି (Junior Shivamani) ଭାବରେ ସେ ଖ୍ୟାତି ଅର୍ଜନ କରିଛନ୍ତି । କମ ବୟସରେ ଡ୍ରମ ବଜାଇବା ପ୍ରତି ତାଙ୍କ ଆଗ୍ରହ ଦେଖି ପିତା ମହେଶ କୁମାର ତାଙ୍କୁ ଟ୍ରେନିଂ ମଧ୍ୟ ଦେଉଛନ୍ତି । ପିତାଙ୍କ ସହିତ ସେ ମଧ୍ୟ ବିଜୟୱାଡାରେ ଡ୍ରମ ବଜାଇ ଅନେକ ପ୍ରଶଂସା ସାଉଣ୍ଟିବାରେ ଲାଗିଛନ୍ତି । କୁନି ଡ୍ରମ ବାଦକଙ୍କ ଏପରି କଳା ଦେଖି ଦେଖଣାହାରୀ ମଧ୍ୟ ତାଜୁବ ହୋଇପଡ଼ିଛନ୍ତି । ଆଗକୁ ଚେକିତ ଜଣେ ସଫଳ ଫିଲ୍ମ ମ୍ୟୁଜିକ ଡାଇରେକ୍ଟର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.