ଅନୁଗୋଳ ଗସ୍ତରେ ୫ଟି ସଚିବ, ହିଙ୍ଗୁଳା ମନ୍ଦିରର ହେବ ଉନ୍ନତିକରଣ
🎬 Watch Now: Feature Video
ଅନୁଗୋଳ: ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି । ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ପୂଜକ ଓ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଛନ୍ତି । ତେବେ ଆଗାମୀ ଦିନରେ 3ରୁ 4ଟି ପର୍ଯ୍ୟାୟରେ ଏହି ପୀଠର ସର୍ବାଙ୍ଗ ଉନ୍ନତି କରାଯିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ୫ଟି ସଚିବ କହିଛନ୍ତି । ଏଥିସହ ଯେମିତି ଗଞ୍ଜାମରେ ତାରାତାରିଣୀ ମନ୍ଦିର ମୁଖ୍ୟମନ୍ତ୍ରୀ ଖୁବ ସୁନ୍ଦର କରାଇ ପାରିଛନ୍ତି ତାଠାରୁ ଆହୁରି ସୁନ୍ଦର କରାଯିବ ହିଙ୍ଗୁଳାଙ୍କ ମନ୍ଦିର ବୋଲି କହିଛନ୍ତି ଭିକେ ପାଣ୍ଡିଆନ । ସଚିବଙ୍କ ଆସିବା କ୍ଷଣି ହଜାରହଜାର ସଂଖ୍ୟାରେ ମହିଳା ତାଙ୍କ ଉପରକୁ ଫୁଲ ପକାଇବା ସହ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଅନ୍ୟପଟେ ପାଣ୍ଡିଆନ ଏହାପରେ ତାଳଚେର କଲେଜ ପଡିଆରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସାଧାରଣ ଅଭିଯୋଗ ଶୁଣିବେ । ସେହିପରି ଦିନ ତମାମ ଭିନ୍ନଭିନ୍ନ ସ୍ଥାନରେ ଅନେକ ବିକାଶମୁଳକ କାର୍ଯ୍ୟର ସମୀକ୍ଷା କରିବାର କ୍ରଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ଅନୁଗୋଳ