ଏମ୍ସରେ ମୃତଦେହ ରଖିବାକୁ ସ୍ଥାନ ଅଭାବ, ପାରାଦ୍ବୀପରୁ ଆସିଲା ୫ କଣ୍ଟେନର

By

Published : Jun 5, 2023, 8:35 PM IST

thumbnail

ଭୁବନେଶ୍ବର: ମୃତଦେହ ରଖିବା ପାଇଁ ପାରାଦ୍ବୀପରୁ ଆସିଲା ୫ କଣ୍ଟେନର । ମୃତଦେହକୁ ରଖିବା ପାଇଁ ବେଶି ସାଧନା ନାହିଁ । ଏଣୁ ଏହି କଣ୍ଟେନରରେ ରଖାଯିବ ମୃତଦେହ ବୋଲି କହିଲେ ଏମ୍ସ ନିର୍ଦ୍ଦେଶକ । ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି,‘‘ଗୋଟେ କଣ୍ଟେନରରେ ୩୦ ରୁ ୪୦ଟି ମୃତଦେହ ରହିପାରିବ । ଯାହା ଏକ ମାସରୁ ଦୁଇ ମାସ ମଧ୍ୟରେ ରହିପାରିବ । ୧୨୩ ରୁ ୪୩ଟି ମୃତଦେହ ହସ୍ତାନ୍ତର ହୋଇଛି । ବର୍ତ୍ତମାନ ୮୦ଟି ମୃତଦେହରୁ ୧୫ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏତେ ଦିନ ପର୍ଯ୍ୟନ୍ତ ମରଶରୀରକୁ ମୃତଦେହ ଗୃହରେ ରଖିହେବ ନାହିଁ । ତେଣୁ କଣ୍ଟେନର ମଗାଯାଇଛି । 

ଯେତେବେଳେ ଟ୍ରେନ ଦୁର୍ଘଟଣା ହେଲା ସେହି ସମୟରେ ଏମ୍ସରେ ଏପରି ବ୍ୟବସ୍ଥା କରାଯାଇଥିଲା । ରାତି ସାରା କାର୍ଯ୍ୟକରି ମୃତଦେହ ଗୃହକୁ କାର୍ଯ୍ୟକ୍ଷମ କରାଗଲା । କିଭଳି ଭାବରେ ମୃତଦେହକୁ ଫିଜର କରି ରଖି ସମସ୍ତ ସମ୍ପର୍କୀୟଙ୍କୁ ମୃତଦେହ ଦିଆଯିବ ସେଇଟା ଏକ ପ୍ରକାରର ଚାଲେଞ୍ଜ ହୋଇଛି । କିନ୍ତୁ ଏହାରି ଭିତରେ ଚିହ୍ନଟ ପକ୍ରିୟାରେ ଅନେକ ସମସ୍ୟା ରହିଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାଜିଛି । ମୃତଦେହ ଚିହ୍ନଟରେ ଦ୍ଵନ୍ଦ ଦେଖା ଦେଲେ ଡିଏନଏ ପରୀକ୍ଷା କରାଯିବ । ମୃତଦେହ ଚିହ୍ନଟ କରିବା ପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସିଛି । ନାଗପୁର, ରାୟପୁର ଏବଂ ଦିଲ୍ଲୀ ଏମ୍ସ ଏହା ସହ ଦୁଇଟି ଘରୋଇ ହସ୍ପିଟାଲର ମଧ୍ୟ ଏକ ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ଆସିଛନ୍ତି । ଏହାସହ ବିଏମସି, ପୋଲିସ ଏବଂ ସ୍ଥାନୀୟ କର୍ମଚାରୀମାନେ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଯେତିକି ମର ଶରୀର ରହିଛି ତାହା ସମସ୍ତଙ୍କୁ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.