ଟ୍ରେନ ଟ୍ରାଜେଡି: SCBରେ 195 ଭର୍ତ୍ତି, 9 ଡିସଚାର୍ଜ - Odisha train tragedy

🎬 Watch Now: Feature Video

thumbnail

By

Published : Jun 3, 2023, 10:43 PM IST

କଟକ: ବାହାନଗା ଟ୍ରେନ ଟ୍ରାଜେଡି । ଶୁକ୍ରବାର ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ଆଜି କଟକ SCB ମେଡିକାଲରେ ମୋଟ 195 ଜଣ ଆହତ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କୁ ସର୍ଜରି, ଟ୍ରମା କେୟାର , ଅର୍ଥପେଡିକ ଓ ଚକ୍ଷୁ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା 200 ଟି ବେଡ଼ ବ୍ୟବହାର କରାଯାଇଥିବା ଜଣାପଡିଛି । 

ଆବଶ୍ୟକ ସ୍ଥଳେ ଆହୁରି 100 ବେଡ଼ ମଧ୍ୟ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। କାହିଁକି ନା ସମୟ ଗଡ଼ିବା ସହ ଆହୁରି ଅଧିକ ଆହତଙ୍କୁ SCB ଅଣାଯାଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ବନ୍ଦୋବସ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା 9 ଜଣ ଡିସଚାର୍ଜ ହୋଇଛନ୍ତି । ଏହାରି ମଧ୍ୟରେ ଆହୁରି ଚିକିତ୍ସା ଜାରି ରହିଛି। ମିଳିଥିବା ସୂଚନା ମୁତାବକ ପୂର୍ବରୁ 193ଜଣ ଭର୍ତ୍ତି ହୋଇଥିବାବେଳେ ଆହୁରି 2 ଆହତ SCBରେ ଭର୍ତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି ଜରୁରୀକାଳୀନ ଅଧିକାରୀ। ଅପରପକ୍ଷେ ମେଡିକାଲକୁ ଯାଇ ଆହତଙ୍କୁ ଭେଟିବା ସହ ଚିକିତ୍ସାରତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ତେବେ ବର୍ତ୍ତମାନ ସୁଦ୍ଧା SCBରେ ଚିକିତ୍ସାଧୀନ କାହାରି ମୃତ୍ୟ ସୂଚନା ଆସିନାହିଁ । 
 

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.