12ଲକ୍ଷ ଟଙ୍କାର ଗଣେଶ ମୂର୍ତ୍ତି, ଲାଗିଛି ଆମେରିକୀୟ ହୀରା ଓ ନବରତ୍ନ - ବେଙ୍ଗାଲୁରୁ ହୀରା ଗଣେଶ ମୂର୍ତ୍ତି

🎬 Watch Now: Feature Video

thumbnail

By ETV Bharat Odisha Team

Published : Sep 16, 2023, 7:50 PM IST

ବେଙ୍ଗାଲୁରୁ: ଆଗକୁ ଆସୁଛି ଗଣେଶ ପୂଜା। ଏହାକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ତେବେ କର୍ଣ୍ଣାଟକର କିଛି କାରିଗର 12ଲକ୍ଷ ଟଙ୍କାର ଆମେରିକୀୟ ହୀରାରେ ପ୍ରସ୍ତୁତ ଗଣେଶ ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ରହିଛନ୍ତି।

ସୂଚନା ଅନୁସାରେ, କର୍ଣ୍ଣାଟକ ହୁବଲିର ବାମ୍ମାପୁର ବାସୀନ୍ଦା ମହେଶ ମୁରାଗଡା ଏବଂ ତାଙ୍କ ଟିମ ଏକ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି। ତେବେ ଏହି ମୂର୍ତ୍ତିଟି ଆଗାମୀ ଗଣେଶ ପୂଜାରେ ବେଙ୍ଗାଲୁରୁର ସ୍ବସ୍ତିକ ଯୁବସଂଘ ଦ୍ବାରା ରାଜାଜୀନଗର ମିଲ୍କ୍‌ କଲୋନାରେ ସ୍ଥାପନା କରାଯିବ। ଏହି ଗଣେଶ ମୂର୍ତ୍ତିର ଉଚ୍ଚତା 5.7 ଫୁଟ ରହିଥିବା ବେଳେ ଏହାର ଓଜନ 150 କିଗ୍ରା ରହିଛି। ଏହାସହ ଗଣେଶ ମୂର୍ତ୍ତିରେ ମୁଁହକୁ ଛାଡ଼ି ଅନ୍ୟ ସମସ୍ତ ଅଂଶ 12ଲକ୍ଷ ଟଙ୍କାର ଆମେରିକୀୟ ହୀରା ଏବଂ ନବରତ୍ନ ହୀରାରେ ପ୍ରସ୍ତୁତ କରାଯାଇଛି। 

ଏହା ମଧ୍ୟ ପଢ଼ନ୍ତୁ...ପ୍ଲାଷ୍ଟିକ ବୋତଲରେ ବିଶାଳ ଗଣେଶ ମୂର୍ତ୍ତି

ତେବେ ଗତ କିଛି ବର୍ଷ ଧରି ହୁବଲିରେ ନିର୍ମାଣ ହେଉଥିବା ଆମେରିକୀୟ ହୀରାର ଗଣେଶ ମୂର୍ତ୍ତିକୁ ସ୍ବସ୍ତିକ ଯୁବସଂଘ ଟ୍ରେନ ଯୋଗେ ବେଙ୍ଗାଲୁରୁକୁ ନେଇଥାନ୍ତି। ସେଠାରେ ଏହାକୁ ସ୍ଥାପନ କରି 7 ଦିନ ପର୍ଯ୍ୟନ୍ତ ପୂଜା କରାଯାଇଥାଏ। ତେବେ ସବୁବର୍ଷ ଭଳି ଏବର୍ଷ ମଧ୍ୟ 60 ହଜାର ଆମେରିକୀୟ ହୀରା ଏବଂ ନବରତ୍ନ ହୀରାରେ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରାଯାଇଛି । ଏହାକୁ ଶୁକ୍ରବାର ଟ୍ରେନ ଯୋଗେ ହୁବଲିରୁ ବେଙ୍ଗାଲୁରୁକୁ ନିଆଯାଇଥିବା ବେଳେ ଆସନ୍ତା ଗଣେଶ ପୂଜାରେ ଏହାକୁ ସ୍ଥାପନା କରାଯିବ। 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.