ପୋଲିସ ପଞ୍ଝାରେ ବାଇକ ଚୋର ଗ୍ୟାଙ୍ଗ, 19 ବାଇକ ଓ ଗୋଟିଏ କାର୍ ଜବତ - ବାଇକ ଚୋରି ଗ୍ୟାଙ୍ଗ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-9026732-thumbnail-3x2-bike.jpg)
ଖୋର୍ଦ୍ଧା: ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଖୋର୍ଦ୍ଧା ଅଞ୍ଚଳରେ ଏହି ଚୋର ଗ୍ୟାଙ୍ଗ ସକ୍ରିୟ ହୋଇଥିବାବେଳେ ଏମାନଙ୍କୁ ଧରିବା ପାଇଁ ଖୋର୍ଦ୍ଧା ଏସଡ଼ିପିଓଙ୍କ ନେତୃତ୍ତ୍ବରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । 5 ଜଣ ବାଇକ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 19 ଟି ବାଇକ ଓ ଗୋଟିଏ କାର ଜବତ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଚୋର ମାନେ ବାଇକ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲଗାଉଥିଲେ । ଗିରଫ ଚୋର ମାନେ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ସୁନାଖଳା ଅଞ୍ଚଳର ଅନୀଲ ସାହୁ,ଜିତେଶ ସାହୁ,ଅଭିରାମ ସାହୁ,ଅଭିଜିତ ବରାଳ ଏବଂ ତବୀର ଖାନ । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସପି କହିଛନ୍ତି ।