ପାର୍କିଂରୁ ଗାଡି ଲୁଟିଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ - ଭୁବନେଶ୍ବର ଖବର
🎬 Watch Now: Feature Video
ଭୁବନେଶ୍ବର: ରାଜଧାନୀରେ ବଢୁଛି ଅପରାଧୀଙ୍କ ଉତ୍ପାତ । ଧଉଳି ଥାନାରେ ଗତ କିଛିଦିନ ପୂର୍ବରୁ ପାର୍କିଂରୁ କାର ଲୁଟ ପରେ ଏବେ ସାମ୍ନାକୁ ଆସିଛି ବାଇକ ଲୁଟର ଘଟଣା । ସହିଦନଗର ଥାନା ଅଞ୍ଚଳରୁ ଏକ ବାଇକର ହ୍ୟାଣ୍ଡେଲ ଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ । ଯାହାର ଦୃଶ୍ୟ କଏଦ ହୋଇଛି ସେଠାରେ ଲାଗିଥିବା ସିସିଟିଭି ଫୁଟେଜରେ । ସହିଦନଗର ପ୍ଲଟ ନମ୍ବର ୬୫୭ରେ ସ୍ବରୂପ ନିବାସରେ ରହୁଥିବା ଜୀବନଦୀପ ସ୍ବାଇଁଙ୍କ ଏକ ପଲସର ଗାଡି OD22 B 0690ର ହ୍ୟାଣ୍ଡେଲକୁ ପ୍ରଥମେ ଅତି ସହଜରେ ଭାଙ୍ଗିଥିଲେ ଦୁର୍ବୃତ୍ତ । ଏହା ପରେ କିଛି ସମୟ ଲୁଚିଯାଇ ପରେ ଗାଡି ନେଇ ଚମ୍ପଟ ମାରିଥିଲେ । ଏସମସ୍ତ ଦୃଶ୍ୟ ସିସିଟିଭରେ ରେକର୍ଡ ହୋଇଛି । ଯାହାକୁ ନେଇ ସହିଦନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।