thumbnail

ପାରିବାରିକ କଳହ: ବାପାକୁ ହତ୍ୟା କଲେ ମା ଓ 2 ଝିଅ

By

Published : Jul 16, 2020, 3:35 PM IST

ଅନୁଗୋଳ: ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ହତ୍ୟାକାଣ୍ଡ। ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଝିଅ ଓ ସ୍ତ୍ରୀ ମିଶି ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କ ସହ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡା ବେଳେ ଉତ୍ୟକ୍ତ ହୋଇ ସ୍ତ୍ରୀ ଭାରତୀ ପ୍ରଧାନ, ଦୁଇ ଝିଅ ଗୁନି ଓ ଲୁନି ମିଶି ସୁନନ୍ଦଙ୍କୁ ଆକ୍ରମଣ କରିଥିଲେ । କାଠ ଫାଳିଆ ଓ ଶାବଳରେ ଆକ୍ରମଣ ଫଳରେ ଘର ଭିତରେ ସୁନନ୍ଦଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଘରର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବାବେଳେ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିଛି ପୋଲିସ । ହତ୍ୟାକାଣ୍ଡ ପରେ ମା ଓ ଦୁଇ ଝିଅ ଫେରାର ଥିବା ଜଣାପଡ଼ିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.