ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ ବିବାଦ, ପ୍ରତିକ୍ରିୟା ରଖିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

🎬 Watch Now: Feature Video

thumbnail
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଐତିହ୍ୟ କରିଡର୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ତେବେ ସହରରେ ଥିବା ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି । ଏପରିକି ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟ ସଠିକ୍ ଭାବେ ଚାଲୁଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିରୋଧୀ ଏବଂ ଶାସକ ଉଭୟ ପକ୍ଷ ଜଗତଗୁରୁଙ୍କ ପାଖକୁ ଆସି ଆଲୋଚନା କଲେ କିଛି ନିଷ୍ପତ୍ତି ନିଆଯାଇପାରିବ ବୋଲି ଜଗତଗୁରୁ କହିଛନ୍ତି । ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟକୁ ସେ ନିଜେ ଯାଇ ମଧ୍ୟ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ନିଶ୍ଚଳାନନ୍ଦ ସରସ୍ବତୀ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.