ରଜ ପାଇଁ କଟକଣା, ଦୋକାନୀଙ୍କୁ ପୋଲିସ କମିଶନରଙ୍କ କଡା ଚେତାବନୀ

By

Published : Jun 10, 2021, 5:25 PM IST

thumbnail
ଭୁବନେଶ୍ବର: ମହାମାରୀ କୋରୋନା ନେଇ ପୋଲିସ ବିଭାଗ ପକ୍ଷରୁ ସୂଚନା ଅମାନିଆଙ୍କୁ ସତର୍କ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକଣା ନମାନିଲେ ନିଆଯିବ କଡାକାଯ୍ୟାନୁଷ୍ଠାନ । 2 ମାସ ଭିତରେ ପ୍ରାୟ 4 ଲକ୍ଷ 76 ହଜାର ଅମାନିଆଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଏଥିରେ ଆଦାୟ ହୋଇଛି 14 କୋଟି 58ଲକ୍ଷରୁ ଉର୍ଦ୍ଧ୍ବ ଜୋରିମାନା । ତେଣୁ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ଲୋକଙ୍କୁ ଅପିଲ କଲେ ପୋଲିସ କମିଶନର । ତେବେ ଆସନ୍ତୁ ଜାଣିବା ମହାମାରୀକୁ ନେଇ ପୋଲିସ କମିଶନରଙ୍କ ସମେତ କଣ କହୁଛନ୍ତି, ଏସପି, ଏଡିଜି, ଡିସିପି ଓ ଅନ୍ୟ ପୋଲିସ ଅଧିକାରୀ.... ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.