thumbnail

By

Published : Oct 10, 2021, 6:22 PM IST

ETV Bharat / Videos

'କ୍ୟାରିଅର-ବିଫଳତା-ମିଡିଅମ OAS ପ୍ରସ୍ତୁତି ପାଇଁ ବାଧକ ନୁହେଁ'

ଭୁବନେଶ୍ବର: ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା (Odisha Administrative Service) ପରୀକ୍ଷାଫଳ । ଓଏଏସ ପରୀକ୍ଷାରେ ଟପର ହୋଇଛନ୍ତି ଯାଜପୁର ଜିଲ୍ଲା କ୍ଷେତ୍ରପାଳ ଗ୍ରାମର ଅଶ୍ବିନୀ କୁମାର ପଣ୍ଡା । ଆତ୍ମବିଶ୍ବାସ ହିଁ ସଫଳତାର ମୂଳମନ୍ତ୍ର। ଆଇଟି ସେକ୍ଟରରୁ ପ୍ରଶାସନିକ ସେବା । ବିନା କୋଚିଂରେ ଓଏଏସ ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ। ପ୍ରଥମ ପ୍ରୟାସରେ ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟପର ହୋଇଛନ୍ତି। ତାଙ୍କ ପ୍ରସ୍ତୁତିରେ ଇଣ୍ଟରନେଟ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି। ଜଣେ ଅନଲାଇନରେ କରିପାରିବ ସିଭିଲ ସର୍ଭିସ ପ୍ରସ୍ତୁତି କେବଳ ଇଚ୍ଛାଶକ୍ତି ଦରକାର ବୋଲି କହିଛନ୍ତି । ତେବେ ପ୍ରଶାସନିକ ସେବା ପରୀକ୍ଷାର ପ୍ରସ୍ତୁତି, ପରିଶ୍ରମ, ଅଧ୍ୟବସାୟ ବିଷୟରେ ଓଏଏସ ଟପର ଅଶ୍ବିନୀ କୁମାର ପଣ୍ଡାଙ୍କ ସହିତ ଇଟିଭି ଭାରତର ଡିଜିଟାଲ ଡାଇଲଗରେ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଭୁବନେଶ୍ବର ବ୍ୟୁରୋ ଚିଫ ରୁଦ୍ର ନାରାୟଣ ଦାସ। ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଭୁବନେଶ୍ବର)

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.