ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ମୁନ୍ନାର ବଟାନିକାଲ ଗାର୍ଡେନ - ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କଡକାମପିଲ୍ଲୀ ସୁରେନ୍ଦ୍ର
🎬 Watch Now: Feature Video
ଥିରୁଅନନ୍ତପୁରମ: ପର୍ଯ୍ୟଟକଙ୍କ ପାଇଁ ଖୋଲା ହେଲା ମୁନ୍ନାର ବଟାନିକାଲ ଗାର୍ଡେନ । ଏହାକୁ ଉଦଘାଟନ କରିଛନ୍ତି କେରଳ ପର୍ଯ୍ୟଟନ ମନ୍ତ୍ରୀ କଡକାମପିଲ୍ଲୀ ସୁରେନ୍ଦ୍ର । ଏହି ପାର୍କଟି ମୁନ୍ନାର ସରକାରୀ କଲେଜ ପାଖରେ ଅବସ୍ଥିତ । ଗାର୍ଡେନ ପାଇଁ 5 ଏକର ଜମିରେ 4କୋଟି 5ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କିସମର ଫୁଲ ଗଛ, କଫି ସପ୍, ମଶଲା ଦୋକାନ, ୱାଚ ଟାୱାର ଏବଂ ଥିଏଟର କାମ ଶେଷ ହୋଇଛି। ଗାର୍ଡେନର ଦ୍ବିତୀୟ ପର୍ଯ୍ୟାୟ କାମ ଖୁବଶିଘ୍ର ଆରମ୍ଭ କରାଯିବ । ମନ୍ତ୍ରୀ ମୁନ୍ନାର ବଟାନିକାଲ ଗାର୍ଡେନକୁ ଉଦଘାଟନ କରିବା ସହ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ସମସ୍ତ ଗାର୍ଡନର ପୁନରୁଦ୍ଧାର ଏବଂ ମୁଥିରାପୁଝା ନଦୀ କୂଳର ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ 3 କୋଟି 65 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ