thumbnail

By

Published : Oct 25, 2021, 3:31 PM IST

ETV Bharat / Videos

କୋଭିଡ କଟକଣାରେ ବ୍ରହ୍ମପୁରର ବିଭିନ୍ନ ଶିବ ମନ୍ଦିରରେ ପୂଜାର୍ଚ୍ଚନା

ବ୍ରହ୍ମପୁର: କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁରର ବିଭିନ୍ନ ଶିବ ମନ୍ଦିର । ଭୋର ସକାଳୁ ଆରମ୍ଭ କରି ଦିନ ତମାମ କୋଭିଡ କଟକଣାରେ ସହରର ଶୈବପୀଠରେ ଚାଲିଛି ପୂଜାର୍ଚ୍ଚନା । ଭକ୍ତ ମାନେ ଯେପରି ମାସ୍କ ପରିଧାନ କରି ମନ୍ଦିରରେ ପ୍ରବେଶ କରିବେ, ସାମାଜିକ ଦୂରତାକୁ ଗୁରୁତ୍ବ ଦେବେ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ମନ୍ଦିର କମିଟି ଗୁଡିକ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏ ନେଇ ସହରର ପ୍ରସିଦ୍ଧ ମୁକ୍ତେଶ୍ବର ମନ୍ଦିରରେ ପାରମ୍ପାରିକ ରୀତୀନୀତିରେ ସକାଳରୁ ପୂଜାର୍ଚ୍ଚନା ଜାରି ରହିଛି । ତେବେ କିପରି ଚାଲିଛି ବ୍ରହ୍ମପୁରର ମୁକ୍ତେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ନେଇ ମନ୍ଦିର ପରିସରରେ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ। ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.