Watch: ତିରୁପତି ମନ୍ଦିରରେ ଜାହ୍ନବୀ କପୁର, ସାଉଥ ଇଣ୍ଡିଆନ ଲୁକରେ ଆସିଲେ ନଜର

By ETV Bharat Odisha Team

Published : Aug 28, 2023, 12:35 PM IST

thumbnail

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ପୁଣି ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପରିଦର୍ଶନ କରିଛନ୍ତି । ଅଭିନେତ୍ରୀ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀଙ୍କ ଆଶୀର୍ବାଦ ପାଇବାକୁ ମନ୍ଦିର ଯାଇଛନ୍ତି । ଏହି ସମୟରେ ଜାହ୍ନବୀଙ୍କୁ ସାଉଥ ଇଣ୍ଡିଆନ ଲୁକରେ ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜାହ୍ନବୀ ମନ୍ଦିରରେ ଏଣ୍ଟ୍ରି କରୁଥିବା ଦେଖିବାକୁ ମିଳିଛି । ଜାହ୍ନବୀଙ୍କ ପରିବାର ପ୍ରାୟତଃ ଭେଙ୍କଟେଶ୍ବର ସ୍ବାମୀଙ୍କ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି । ହେଲେ ବର୍ତ୍ତମାନ ଜାହ୍ନବୀ ଏକୁଟିଆ ମନ୍ଦିର ପରିଦର୍ଶନ କରିଛନ୍ତି । ସେପଟେ ଜାହ୍ନବୀଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଜାହ୍ନବୀ ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ବୱାଲ'ରେ ନଜର ଆସିଥିଲେ । 

ନିତିଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବରୁଣ ଧୱନଙ୍କ ବିପକ୍ଷରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ସେ ବର୍ତ୍ତମାନ ଆଗାମୀ ଫିଲ୍ମ ଦେୱରା ସହ ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ସହ ନଜର ଆସିବେ । ଏହି ଫିଲ୍ମରୁ ଜାହ୍ନବୀଙ୍କ ପ୍ରଥମ ଲୁକ ରିଲିଜ ହୋଇଥିଲା । ଅଭିନେତ୍ରୀଙ୍କ ଜନ୍ମଦିନରେ ନିର୍ମାତା ଫିଲ୍ମରୁ ତାଙ୍କର ପ୍ରଥମ ଲୁକ ରିଲିଜ କରିଥିଲେ । ଏଥିସହ ଜାହ୍ନବୀ ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ସହ ମିଷ୍ଟର ଆଣ୍ଡ ମିସେସ୍ ମାହିରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ରୁମର୍‌ ପ୍ରେମିକ ଶିଖରଙ୍କ ସହ ତିରୁପତି ମନ୍ଦିରରେ ଜାହ୍ନବୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.