ରଜ ସଂକ୍ରାନ୍ତିରେ ଉତ୍ସବ ମୁଖର ଇସ୍ପାତ ନଗର
🎬 Watch Now: Feature Video
ରାଉରକେଲା: ରାଉରକେଲା ଛେଣ୍ଡ କଲୋନୀରେ ଉତ୍ସାହ ଓ ଉଦ୍ଦିପନା ସହିତ ରଜ ସଂକ୍ରାନ୍ତି ପାଳିତ । ରଜ ପର୍ବର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ରୂପେ ପାଳନ କରନ୍ତି ପ୍ରତ୍ୟେକ ଓଡ଼ିଆ । ବର୍ତ୍ତମାନ ରଜ ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ସମ୍ପୂର୍ଣ୍ଣ ରାଉରକେଲା ସହର । ସାଂସ୍କୃତିକ ଐତିହ୍ୟ ପାଇଁ ପରିଚିତ ରାଉରକେଲାରେ ରଜ ଉତ୍ସବର ଆନନ୍ଦର ଲହରୀ ଖେଳି ଯାଇଛି । ରାଉରକେଲା ଛେଣ୍ଡ କଳିଙ୍ଗ ବିହାର ସୋସିଆଲ ହୋମ୍ରେ ସାଂସ୍କୃତିକ ପରିଷଦ ମହିଳା ସମିତି ପକ୍ଷରୁ ସୁନ୍ଦର ଭାବରେ ରଜ ସଂକ୍ରାନ୍ତି ପାଳନ କରାଯାଇଛି । ପିଠା, ମିଠା, ପାନ ଆଦି ସମସ୍ତ ପ୍ରକାର ବ୍ୟଞ୍ଜନକୁ ନେଇ ଧୁମଧାମରେ ପାଳନ କରାଯାଇଛି ରଜ ପର୍ବ । ଏହି ପର୍ବ ମାଟି ମା'ଙ୍କୁ ସମର୍ପିତ, ଯିଏକି ନିଜର ପ୍ରାଚୁର୍ଯ୍ୟ ଏବଂ ଉର୍ବରତା ପାଇଁ ପୂଜା ପାଆନ୍ତି । ତାଙ୍କରି ପାଇଁ ଏହି ତିନି ଦିନ ରଜ ପର୍ବ ପାଳନ କରାଯାଇଥାଏ । ରଙ୍ଗବେରଙ୍ଗର ସାଜସଜ୍ଜାରେ ସଜେଇ ହୋଇ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟର ମହକରେ ଭରି ଯାଇଛି ସମ୍ପୂର୍ଣ୍ଣ ରାଉରକେଲା ସହର ।
ଇଟିଭି ଭାରତ, ରାଉରକେଲା