Rathayatra: ପବିତ୍ର ରଥଯାତ୍ରାରେ ଶୁଭେଚ୍ଛା ଜଣାଇଲେ ଓଲିଉଡ ତାରକା

By

Published : Jun 20, 2023, 2:13 PM IST

thumbnail

ହାଇଦ୍ରାବାଦ: ଆଜି ପବିତ୍ର ରଥଯାତ୍ରା ।  ଘଣ୍ଟଘଣ୍ଟା ଶଙ୍ଖନାଦରେ ଦୁଲୁକୁଛି ବଡ଼ ଦାଣ୍ଡ । ଲାଗିଛି ଭକ୍ତଙ୍କ ଗହଳି । ଶ୍ରୀମନ୍ଦିରରୁ ବାହାରି ଆସି ବଡଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାବାହୁକୁ ଦେଖି ଭାବବିହ୍ବଳ ହୋଇଛନ୍ତି ଭକ୍ତ । ଆଜିର ପବିତ୍ର ଦିବସରେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ମଧ୍ୟ ଶୁଭକାମନା ଜଣାଇଛନ୍ତି । ସେପଟେ ଓଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପବିତ୍ର ରଥାଯାତ୍ରା ଅବସରରେ କଣ୍ଠଦାନ କରିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଭଜନ ଗାଇଛନ୍ତି। ଏବଂ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେହିପରି ରିୟା ଦେ ଏବଂ ଅନୁ ଚୌଧୁରୀ ନିଜ ଇନଷ୍ଟାଗ୍ରାମରେ ପ୍ରଭୁ ଜଗନ୍ନାଥଙ୍କ ସହ ନିଜର ଏକ ଭିଡିଓ ସେୟାର କରି ଫ୍ଯାନ୍ସକୁ ରଥଯାତ୍ରା ଶୁଭକାମନା ଜଣାଇଛନ୍ତି । ଫ୍ୟାନ୍ସ ମଧ୍ୟ ଅଭିନେତ୍ରୀଙ୍କ ଭିଡିଓକୁ ଲାଇକ୍‌ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଥିବା ବେଳେ, ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ବଡ଼ଦାଣ୍ଡରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.