ପୋଖରୀରେ ଭାସିଲା 151 ଫୁଟ ଲମ୍ବର ଡଙ୍ଗା, ଦେଖିବାକୁ ଲୋକଙ୍କ ଭିଡ

By ETV Bharat Odisha Team

Published : Nov 27, 2023, 2:17 PM IST

thumbnail

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ମାଣିତ୍ରୀ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଗାଁ ପୋଖରୀରେ ଭାସିଲା 151ଫୁଟର ଡଙ୍ଗା । ଗ୍ରାମବାସୀ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଏଭଳି ଲମ୍ବା ଡଙ୍ଗା ତିଆରି କରି ବେଶ ପ୍ରଶଂସା ସାଉଁଟିଥାନ୍ତି । ତେବେ ଚଳିତ ବର୍ଷ ମଧ୍ୟ 151 ଫୁଟ ଲମ୍ବର ଡଙ୍ଗା ଭସାଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଡଙ୍ଗାକୁ କେବଳ 151 ଫୁଟ କରାଯାଇନଥିଲା ଏଥିସହ ବେଶ ଭଲ ଭାବରେ ସୁସଜ୍ଜିତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଗୋପାଳପୁର ସମୁଦ୍ରରେ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ

ତେବେ ଏହି ଡଙ୍ଗାକୁ ଦେଖିବା ପାଇଁ ଆଖପାଖ ଗ୍ରାମ ଲୋକଙ୍କ ମଧ୍ୟ ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ତେବେ କାର୍ତ୍ତିକର ମାସ ଧର୍ମ ପାଳନ କରି ଆଧୁନିକ ସଂସ୍କୃତିଠାରୁ ଯୁବକମାନେ ଦୂରେଇ ଓଡ଼ିଆ ସଂସ୍କୃତି ଆପଣାଇବାକୁ ଗ୍ରାମବାସୀ ଆହ୍ଵାନ ଦେଇଥିଲେ । କାରିଗର ଉମେଶ ସ୍ୱାଇଁଙ୍କ ନେତୃତ୍ବରେ ଏହି ଡଙ୍ଗା ନିର୍ମାଣ କରାଯାଇଥିବା ବେଳେ ସୋର ଥାନା ମାଣତ୍ରି ଗାଁର ମଦନ ମୋହନ ପୋଖରୀରେ ଏହି ଡଙ୍ଗା ଭସାଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.