ବିଧାୟିକାଙ୍କ ଶିବିରକୁ ଧରାଶାୟୀ କରି ଧର୍ମଗୁଳାରେ ବିଜୟୀ ହେଲେ ପ୍ରଭାତୀ - କେନ୍ଦ୍ରାପଡା ଖବର

🎬 Watch Now: Feature Video

thumbnail

By

Published : Mar 12, 2022, 10:25 PM IST

Updated : Feb 3, 2023, 8:19 PM IST

କେନ୍ଦ୍ରାପଡା : ଲଗାତାର ଚତୁର୍ଥ ଥର ପାଇଁ ଡେରାବିଶ ବ୍ଲକ ଅଧ୍ୟକ୍ଷ ପଦବୀ ଦଖଲ କରିଛନ୍ତି ସରୋଜକାନ୍ତ ସାହୁ। ସାରା ରାଜ୍ୟର ଆଖି ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକ ଉପରେ ରହିଥିବା ବେଳେ ଧର୍ମଗୁଳା ସ୍ଥିର କରିଛି ଡେରାବିଶ ବ୍ଳକ ଅଧ୍ୟକ୍ଷା ପଦବୀ। ପୂର୍ବାହ୍ନରେ ନାମାଙ୍କନ ପତ୍ର ଦାଖଲ ପରେ ମଧ୍ୟାହ୍ନରେ ଭୋଟିଂ ଓ ଅପରାହ୍ନ ୪ଟା ସମୟରେ କାଉଁଟିଙ୍ଗ ପରେ ୨୬ ସଦସ୍ୟ ବିଶିଷ୍ଟ ଏହି ବ୍ଲକରେ ଉଭୟ ପ୍ରାର୍ଥୀନୀ କାଉପଡା ପଞ୍ଚାୟତର ମିଲନପ୍ରଭା ମଲିକ ଓ ଛୋଟୀ ପଞ୍ଚାୟତର ପ୍ରଭାତୀ ମଲିକଙ୍କ ଭୋଟ ସମାନ ହୋଇଥିଲା। ଉଭୟ ୧୩ଟି ଲେଖାଏ ଭୋଟ ପାଇଥିବା ବେଳେ ଶେଷରେ ବ୍ଲକ ପ୍ରଶାସନ ପକ୍ଷରୁ ଧର୍ମଗୁଳା ପଡିଥିଲା । ଯେଉଁଥିରେ କି ପ୍ରଭାତୀଙ୍କ ବିଜୟ ହୋଇଥିଲା। ପ୍ରଭାତୀଙ୍କ ସପକ୍ଷରେ ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ରହିଥିବା ବେଳେ ଏହି ବିଜୟ ଡେରାବିଶ୍ ଜନସାଧାରଣଙ୍କର ବୋଲି ସରୋଜ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ବିଜୟୀ ହେବା ପରେ ଏହି ବିଜୟର ଶ୍ରେୟର ହକଦାର ପୂର୍ବତନ ଅଧ୍ୟକ୍ଷ ସରୋଜ ଓ ଡେରାବିଶ୍ ଜନସାଧାରଣ ବୋଲି କହି ଡେରାବିଶ୍ ବ୍ଲକରେ ବାକି ରହିଥିବା ସମସ୍ତ କାମକୁ ସେ ଦ୍ରୁତଗତିରେ ପୂରଣ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପ୍ରଭାତୀ। ତେବେ ସରୋଜଙ୍କ ମାଷ୍ଟରଷ୍ଟ୍ରୋକ ଆଗରେ ପାଟକୁରା ବିଧାୟିକାଙ୍କ ଗୋଟିଚାଳନା ସମ୍ପୂର୍ଣ୍ଣ ଫେଲ ମାରିଛି । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.