ୟୁପି ଏସଡିଆରଏଫ ଟିମକୁ ସ୍କୁବା ଡାଇଭିଂ ଶିଖାଉଛନ୍ତି ଓଡିଆ ପୁଅ ସବୀର - ସ୍କୁବା ଡ୍ରାଇଭିଂ ଟ୍ରେନିଂ
🎬 Watch Now: Feature Video

କଟକ: ଗଭୀର ମହାନଦୀରେ ଚାଲିଛି ସ୍କୁବା ଡାଇଭିଂ ଟ୍ରେନିଂ । ମାସେ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେବାକୁ ଉତ୍ତରପ୍ରଦେଶରୁ ଆସିଛନ୍ତି ଓଡିଶା ଆସିଛନ୍ତି ଏସଡିଆରଏଫ 32 ଜଣିଆ ଟିମ ବନ୍ୟା ସମୟରେ କିପରି ଲୋକଙ୍କୁ ଉଦ୍ଧାର କରିହେବ ସେନେଇ ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସଙ୍କୁଠୁ ନେଉଛନ୍ତି ପ୍ରଶିକ୍ଷଣ । ମହାନଦୀର ଗଭୀର ଜଳରାଶିରେ ଚାଲିଛି ସ୍କୁବା ଡାଇଭିଂ ଟ୍ରେନିଂ । ବନ୍ୟା ସମୟରେ କେହି ଭାସିଗଲେ ଅବା ନଦୀରେ ବୁଡି ଯାଉଥିଲେ କିପରି କରାଯିବ ଉଦ୍ଧାର ସେନେଇ ଚାଲିଛି ପ୍ରଶିକ୍ଷଣ । ଆଉ ଡାଇଭିଂ ରେ ପ୍ରତିଟି ଟେକନିକ ଶିଖାଇବାରେ ଲାଗି ପଡିଛନ୍ତି ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସ । ପ୍ରାକୃତିକ ଦୁର୍ବିପାକ ସମୟରେ ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ଯବାନଙ୍କୁ ଶିଖା ଯାଉଛି କୌଶଳ ।