ସ୍ମାର୍ଟସିଟିରେ ଗାଡି ପାର୍କିଂ ଫି' ଆଦାୟ କରିବେ କିନ୍ନର - ପ୍ରେମଚନ୍ଦ୍ର ଚୌଧୁରୀ
🎬 Watch Now: Feature Video
ଭୁବନେଶ୍ବର: ଏଣିକି ସ୍ମାର୍ଟସିଟିରେ ଗାଡି ପାର୍କିଂ ଫି' ଆଦାୟ କରିବେ କିନ୍ନର। ଆଜି(ଗୁରୁବାର) ଭୁବନେଶ୍ବରରେ ବିଏମସି ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟିଜି ସ୍ବୀକୃତି ପ୍ରାପ୍ତ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ର ଶୁଭାରମ୍ଭ କରାଯାଇଛି । ଯାହାକୁ ରାଜମହଲ ଛକରେ ଉଦଘାଟନ କରିଛନ୍ତି ବିଏମସ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆଜିଠାରୁ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ୧୭ ଜଣ କିନ୍ନରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଯେଉଁଥିରେ ୧୫ ଜଣ କିନ୍ନର ଥିବା ବେଳେ ୨ ଜଣ ମେଲ୍ ଟ୍ରାନ୍ସଫରମର ରହିଛନ୍ତି । ତେବେ ଆଗକୁ କିନ୍ନରଙ୍କ ସଂଖ୍ୟା ବୃଦ୍ଧି କରାଯାଇ ମୋଟ 36 କିନ୍ନରଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।