ମନେପଡୁଛି ଖଇରୀ, 92 ବର୍ଷ ବସୟରେ ଗୁମୁରି କାନ୍ଦୁଛନ୍ତି ନିହାର ନଳିନୀ - ଖଇରୀ ବାଘ କାହାଣୀ
🎬 Watch Now: Feature Video
କଟକ: ନିଜ ଝିଅ ପରି ପାଳିଥିଲେ ବାଘୁଣୀକୁ । ନାଁ ଦେଇଥିଲେ ଖଇରୀ । ଲୋ ଖଇରୀ..ଲୋ ଖଇରୀ ଆଆ ଡାକି ଦେଲେ ଚାଲିଆସୁଥିଲା ପାଖକୁ । କେତେ ସ୍ନେହ କେତ ଶ୍ରଦ୍ଧା, କୋଳରେ ଶୋଉଥିଲା, ଗେଲ ହେଉଥିଲା ବାଘୁଣୀ । ଖଇରୀକୁ ନିଜଠାରୁ ଅଧିକ ଭଲ ପାଉଥିଲେ ସେ, ମା’ର ସ୍ନେହ ଆଗରେ ପଶୁତ୍ବର ହିଂସ୍ରତାକୁ ହାର ମନେଇଥିବା ସାହସୀ ମହିଳା, ନାଁ ତାଙ୍କ ଥିଲା ନିହାର ନଳିନୀ । ଏବେ ବୟସର ଅପରାହ୍ନରେ. ବୃଦ୍ଧାଶ୍ରମରେ କଟୁଛି ଜୀବନ । ପାଖରେ ନାହାଁନ୍ତି କେହି ନାହାଁନ୍ତି, ନାଁ ଅଛି ନିଜ ଠାରୁ ଅଧିକ ଭଲ ପାଉଥିବା ଖଇରୀ, ହେଲେ ଏବେ ଖନେଇଖନେଇ କହୁଛନ୍ତି ଖଇରୀ କଥା, ମନେ ପକାଉଛନ୍ତି । ଖଇରୀ ସହ ବିତାଇଥିବା ସମୟ ଆଉ ଅଭୁଲା ସ୍ମୃତି ସବୁ.. କେତେ ବେଳେ ବାହୁନୁଛନ୍ତି କେତେବେଳେ ଭାବି ଭାବି ଲୁହ ଝରାଉଛନ୍ତି । ବୃଦ୍ଧାଶ୍ରମରେ ବାଘୁଣି ସହ ବିତାଇଥିବା ସଂପର୍କକୁ ସାଉଁଟୁଛନ୍ତି...