thumbnail

By

Published : Dec 25, 2020, 5:27 PM IST

ETV Bharat / Videos

ଆସନ୍ତାକାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

ପୁରୀ: ଆସନ୍ତାକାଲିଠୁ (ଶନିବାର) ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀ ସ୍ଥାନୀୟ ବାସିନ୍ଦା । ଶନିବାରଠୁ ଡିସେମ୍ବର 31 ଯାଏଁ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ସୁବିଧା ଲାଭ କରିବେ । 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଦର୍ଶନ ବ୍ୟବସ୍ଥାରେ ପ୍ରତ୍ୟେକ ଦିନ ବିଭିନ୍ନ ଓ୍ବାର୍ଡ ବାସିନ୍ଦାକୁ ଦର୍ଶନର ସୁଯୋଗ ଦିଆଯିବ । ଆସନ୍ତାକାଲି ସାତଟି ଓ୍ବାର୍ଡ ଯଥା- 2,3,6,9,11,12,15 ନମ୍ବର ଓ୍ବାର୍ଡବାସୀ ଏହି ସୁବିଧା ପାଇପାରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାସହ ଜାନୁୟାରୀ 3ରୁ ସର୍ବସାଧରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.