thumbnail

ନୀଳାଚଳେ ଜଗନ୍ନାଥ: ଜଗନ୍ନାଥ ସଂସ୍କୃତି ସହ ପାରମ୍ପରିକ ଓ ଶାସ୍ତ୍ରୀୟ ନୃତ୍ୟର ସମ୍ପର୍କ

By

Published : Jun 29, 2020, 12:25 PM IST

ପୁରୀ: ଓଡିଶାର ଶାସ୍ତ୍ରୀୟ ନୃତ୍ୟ ଓଡିଶୀ ସାରା ବିଶ୍ବରେ ପରିଚିତ ଥିବା ବେଳେ ପାରମ୍ପରିକ ଗୋଟିପୁଅ ନୃତ୍ୟକୁ ନେଇ ମଧ୍ୟ ରାଜ୍ୟ ବେଶ ଗର୍ବିତ। ଆଉ ଯେତେବେଳେ ପାରମ୍ପରିକ ମାହାରୀ ନୃତ୍ୟ କଥା ଆସେ, ସେତେବେଳେ ଜଗନ୍ନାଥ ସଂସ୍କୃତିରେ ଦେବଦାସୀ ପରମ୍ପରା କଥା ସ୍ବତଃ ମନକୁ ଚାଲିଆସେ । କାରଣ ପୂର୍ବରୁ ଦେବଦାସୀଙ୍କ ମାହାରୀ ନୃତ୍ୟ ଜଗନ୍ନାଥ ମନ୍ଦିରର ଏକ ଅନନ୍ୟ ସେବା । ଯାହାକୁ ଜଗନ୍ନାଥ ସତ୍ତ୍ବଲିପିରେ ଉଲ୍ଲେଖ କରାଯାଇଛି । ଘୋଷଯାତ୍ରାରେ ଶ୍ରୀଜିଉଙ୍କ ପହଣ୍ଡି ସମୟରେ ହେଉ ଅବା ରଥ ଆଗରେ ଗୋଟିପୁଅ ଏବଂ ଓଡିଶୀ ନୃତ୍ୟ ବେଶ ଆକର୍ଷଣୀୟ। ନୃତ୍ୟଶିଳ୍ପୀମାନେ ମହାପ୍ରଭୁଙ୍କ ଉଦେଶ୍ୟରେ ଭକ୍ତି, ଭାବନାରେ ପ୍ରଣାମ ଜଣାଇଥାନ୍ତି ନିଜର ନୃତ୍ୟର ଅଙ୍ଗଭଙ୍ଗୀରେ। ସତେ ଯେମିତି ରାଜାଧିରାଜ ଭ୍ରମଣରେ ବାହାରିଥିବାରୁ ନିଜ ଭକ୍ତି ପୂର୍ଣ୍ଣ ନୃତ୍ୟରେ ଭାବର ଠାକୁରଙ୍କୁ ପାଛୋଟି ନେଉଛନ୍ତି ଆଗକୁ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.