ପୁରୀକୁ ସ୍ବଚ୍ଛ ସହରରେ ପରିଣତ କରିବାକୁ ଗଜପତି ଓ ଶଙ୍କରାଚାର୍ଯ୍ୟଙ୍କ ଆହ୍ବାନ
🎬 Watch Now: Feature Video
ପୁରୀ: ବିଶ୍ବ ପର୍ଯ୍ୟଟନ ସହର ତଥା ପ୍ରମୁଖ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ହେବ ସ୍ବଚ୍ଛ ନିର୍ମଳ ସହର । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ‘ମୋ ଧାମ ମୋ ଗର୍ବ’ ନାମରେ ଏହି ସଫେଇ ଅଭିଯାନକୁ ଆରମ୍ଭ କରାଯାଇ ଲୋକଙ୍କ ସହଯୋଗ କାମନା କରାଯାଇଛି । ପୁରୀ ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜିଲ୍ଲା ପ୍ରଶାସନର ଏହି ପ୍ରୟାସକୁ ସମର୍ଥନ କରିଛନ୍ତି ଗଜପତି ମହାରାଜ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଗଜପତି ମହାରାଜ ଦିବ୍ୟ ସିଂହ ଦେବ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରକୁ ସ୍ବଚ୍ଛ ସହର ଭାବେ ପରିଣତ କରିବାକୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି । ସେହିପରି ଏହି ପ୍ରଶାସନର ଏହି ଉଦ୍ୟମକୁ ସଫଳ କରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି । ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରି ପୁରୀକୁ ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ସେ କହିଛନ୍ତି ।