କଟକରେ ହୋଇନପାରେ ଏସିଆନ ରୋଇଂ ଚମ୍ପିଆନସିପ୍
🎬 Watch Now: Feature Video
କଟକ: ଏସସିବି ମେଡିକାଲ ଉନ୍ନତିକରଣ ପାଇଁ ଚାଲିଥିବା ଯୋଜନାରେ ଆସିଛି ସାଇଡ ଇଫେକ୍ଟ । ଉଚ୍ଛେଦ ପରେ ନଦୀ ପଠାରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ନେଇ ଏବେ ପ୍ରଶ୍ନ ଉଠାଇଛି ରାଜ୍ୟ ରୋଇଂ ସଂଘ । କାରଣ ଆସନ୍ତା ବର୍ଷ ଜଗତପୁରରେ ହେବାକୁ ଥିବା ଏସିଆନ ରୋଇଂ ଚମ୍ପିଆନସିପ୍ ଏଥିଲାଗି ନହେବାର ସଂଶୟ ଦେଖାଦେଇଛି । ଜଗତପୁର ନଦୀ କୂଳରେ ରହିଛି ସାଇ ଜଳକ୍ରୀଡା କେନ୍ଦ୍ର । ଏଠାରୁ ତିଆରି ହୋଇଛନ୍ତି ରାଜ୍ୟ ଓ ଦେଶର ଅନେକ ପ୍ରତିଭା । ଯେଉଁଥିପାଇଁ ଏଠାରେ ହିଁ ଏସିଆନ ରୋଇଂ ଚମ୍ପିଆନସିପ୍ କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ରୋଇଂ ଚମ୍ପିଆନସିପ୍ ହେବ କି ନାହିଁ ତାହା ଏବେ ସନ୍ଦେହ ଘେରରେ ।