ଚୀନ ସାମଗ୍ରୀ ବର୍ଜନ ପାଇଁ ଦେଶବାସୀଙ୍କୁ ସେନା ବିଶେଷଜ୍ଞ ତୁଶାରକାନ୍ତିଙ୍କ ଆହ୍ବାନ

🎬 Watch Now: Feature Video

thumbnail
ଭୁବନେଶ୍ବର: ଭାରତ ଅଖଣ୍ଡତା ରକ୍ଷା କରିବାରେ ଖାଲି ରାଜନେତା ନୁହେଁ, ପ୍ରତିଟି ଭାରତୀୟଙ୍କୁ ଦାୟିତ୍ୱବାନ ହେବାକୁ ପଡିବ ବୋଲି କହିଛନ୍ତି ସେନା ବିଶେଷଜ୍ଞ ତଥା ଅବସରପ୍ରାପ୍ତ ବାୟୁସେନା କମାଣ୍ଡର ତୁଶାରକାନ୍ତି ରଥ । ଭାରତର ସଂସ୍କୃତି, ସାର୍ଭଭୌମତ୍ବ ମହାନ ହୋଇଥିବାବେଳେ ଭାରତ ଚୀନକୁ କେବେ ବିଶ୍ୱାସ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଭାରତ କଠୋର ହେବାର ଆବଶ୍ୟକତା ରହିଛି। ଚୀନକୁ ଭାରତ ଜବାବ ଦେବା ଦରକାର । ଚୀନ ସାମଗ୍ରୀ ଭାରତରେ ବହୁଳ ବ୍ୟବହାର ହେଉଛି । ତେବେ ଭାରତବାସୀ ଏହାକୁ ବର୍ଜନ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ତୁଶାରକାନ୍ତି । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.