ଗଞ୍ଜାମରେ ନୂଆ 19 ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 47କୁ ବୃଦ୍ଧି
🎬 Watch Now: Feature Video
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି 19 ଜଣ କୋରୋନା ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 47କୁ ବୃଦ୍ଧି । 19 ଜଣଙ୍କ ମଧ୍ୟରୁ ଜଣେ କେରଳ ଫେରନ୍ତା ହୋଇଥିବାବେଳେ ଅନ୍ୟ 18 ଜଣ ସୁରଟ ଫେରନ୍ତା ବୋଲି କୁହାଯାଇଛି । କିଛି ଦିନ ତଳେ ଜଣେ ବି କେହି ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ ଏବେ ଜିଲ୍ଲାରେ 47 ଜଣ ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲାବାସୀଙ୍କୁ କିଛି ମାତ୍ରାରେ ଭୟଭୀତ କରିଛି । ସେପଟେ ଭୟଭୀତ ନହୋଇ ସତର୍କ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।