Holi 2022: ଫୁଲରେ ହୋଲି ଖୋଳିଲେ ରାଧାକୃଷ୍ଣ - ଗୁଜୁରାଟରେ ଫୁଲରେ ହୋଲି ଖେଳିଲେ ସ୍କୁଲ ଛାତ୍ରଛାତ୍ରୀ
🎬 Watch Now: Feature Video
ଗାନ୍ଧୀନଗର: ହୋଲି ହେଉଛି ପ୍ରେମ, ଭକ୍ତି, ସ୍ନେହଶ୍ରଦ୍ଧା, ସମନ୍ବୟ, ଭାଇଚାରା ଓ ଆତ୍ମୀୟତାର ପର୍ବ। ଏହି ଅବସରରେ ଆଜି ସାରା ଦେଶ ରଙ୍ଗୀନ ହୋଇଉଠିଛି। ରାଧାକୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ସମାଜ ଏହାକୁ ହୋଲିର ଆଖ୍ୟା ଦେଇଛି। ଗୁଜୁରାଟର ଭଦୋଦରା ଅଞ୍ଚଳରେ ଏକ ନିଆରା ଢଙ୍ଗରେ ହୋଲି ପାଳୁଥିବାର ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଥିବା ଏକ ସ୍କୁଲର ଛୋଟଛୋଟ ପିଲାମାନେ ବେଶ ଧୁମଧାମରେ ହୋଲି ପାଳନ କରୁଛନ୍ତି। ଛାତ୍ରଛାତ୍ରୀମାନେ ରାଧା ଓ କୃଷ୍ଣ ବେଶରେ ଫୁଲରେ ହୋଲି ଖେଳିବା ସହ ଗୀତର ତାଳେତାଳେ ନାଚି ଉଠୁଛନ୍ତି । ଗତ ଦୁଇ ବର୍ଷ ପରେ ସାମୂହିକ ହୋଲି ପାଳନକୁ ଅନୁମତି ମିଳିଥିବାରୁ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି।
@ANI
Last Updated : Feb 3, 2023, 8:20 PM IST