Municipal Election: ଛତ୍ରପୁରରେ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବିଜେପି - ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରକାଶ
🎬 Watch Now: Feature Video
ବ୍ରହ୍ମପୁର: ପୌର ନିର୍ବାଚନକୁ ନେଇ ସାରା ରାଜ୍ୟର ସହରାଞ୍ଚଳ ରାଜନୀତି ସରଗରମ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି । ୨୧ଟି ବିଷୟକୁ ନେଇ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ବିଜେପି । ବିଜେପି ପ୍ରାର୍ଥୀ ବିଜୟୀ ହେଲେ ୧୯୫୫ ମସିହାରେ ଗଠିତ ଜିଲ୍ଲାର ସର୍ବପୁରାତନ ଏହି NAC କୁ ମ୍ୟୁନିସିପାଲଟି ଘୋଷଣା ପାଇଁ ଉଦ୍ୟମ କରାଯିବା ସହିତ ସହରର ବିକାଶ ପାଇଁ ରଖାଯାଇଥିବା ଯୋଜନାକୁ ଇସ୍ତାହାରରେ ପ୍ରକାଶ କରିଛି ବିଜେପି । ଏହି ସମ୍ମିଳନୀରେ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ, ବିଜେପି ନେତା ପ୍ରଶାନ୍ତ କର ,ବିଜେପି ନେତା ପ୍ରଦୀପ କୁମାର ପାଢ଼ୀ ,ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST