ଆରସିଇପିରେ କାହିଁକି ସାମିଲ ହେଲାନି ଭାରତ, କାରଣ କହିଲେ ବିଶେଷଜ୍ଞ - ଆରସିଇପିରେ ସାମିଲ ହେଲାନି ଭାରତ
🎬 Watch Now: Feature Video
ନୂଆଦିଲ୍ଲୀ: ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗିତା(ଆରସିଇପି) ରାଜିନାମାରେ ସାମିଲ ହେଲାନି ଭାରତ । ଏହି ଚୁକ୍ତି ଭାରତୀୟଙ୍କ ସ୍ବାର୍ଥ୍ୟ ବିପକ୍ଷରେ। କାରଣ ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଦ୍ବାରା ଭାରତର କ୍ଷୁଦ୍ର ବେପାରୀ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯିବ । ଏଥିଯୋଗୁଁ ଏହି ବୁଝାମଣାରେ ଭାରତ ରହିବ ନାହିଁ ବୋଲି ଆରସିଇପି ଶିଖର ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ତେବେ ପିଏମଙ୍କ ଏହି ନିଷ୍ପତ୍ତି କେତେ ଦୂର ଯଥାଯୁକ୍ତ, ସେ ନେଇ କିଛି ଏପରି କହିଛନ୍ତି ବିଭିନ୍ନ କ୍ଷେତ୍ରରେ ବହୁ ବିଶେଷଜ୍ଞ ।