ମହାପ୍ରଭୁଙ୍କ ଦର୍ଶନ କଲେ ସୁର, ନବୀନଙ୍କୁ କହିଲେ ମାଡିଚାଲ
🎬 Watch Now: Feature Video
ପୁରୀ: କଂଗ୍ରେସ ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସୁରେଶ ରାଉତରାୟଙ୍କ ମଧ୍ୟରେ ଭେଟ ହୋଇଥିଲା । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ବେଶ ଭଲ ଚାଲିଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟ ବେଶ ଭଲ ବୋଲି ସୁରେଶ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଜାତୀୟ ସ୍ମାରକୀ ପ୍ରାଧିକରଣର ନୂଆ ନିୟମକୁ ସେ କଡା ସମାଲୋଚନା କରିଛନ୍ତି। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଏଏସଆଇ କରୁନଥିବା ସେ ଅଭିଯୋଗ କରିଥିବା ବେଳେ ଏହି ନୂଆ ନିୟମକୁ ମୁଖ୍ୟମନ୍ତ୍ରୀ ବିରୋଧ କରନ୍ତୁ ବୋଲି ସୁରେଶ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ବୋଲି ମଜାଳିଆ ଢଙ୍ଗରେ କହିଥିଲେ ସୁର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ