thumbnail

CCTVରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ, ଦେଖନ୍ତୁ ଭିଡିଓ

By

Published : Dec 2, 2021, 10:39 PM IST

ନବରଙ୍ଗପୁର: ସିସିଟିଭିରେ କଏଦ ହେଲା ବାଇକ ଚୋରିର ଦୃଶ୍ୟ । ନବରଙ୍ଗପୁର ସହର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଏକ କମ୍ପ୍ଲେକ୍ସ ନିକଟ ଗଳିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନୋଜ ପଟ୍ଟନାୟକ ନାମକ ଜଣେ ଶିକ୍ଷକ ନିଜର ବାଇକ ରଖିଥିଲେ । କୌଣସି ଏକ ବ୍ୟକ୍ତଗତ କାମରେ ଯାଇଥିଲେ । ପରେ କାମ ସାରି ସେହି ସ୍ଥାନକୁ ଫେରିଥିଲେ । କିନ୍ତୁ ସେଠାରେ ତାଙ୍କର ବାଇକ ନଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ପରେ ସେଠାରେ ପୋଲିସ ପହଞ୍ଚି କମ୍ପ୍ଲେକ୍ସରେ ଲାଗିଥିବା ସିସିଟିଭିକୁ ତଦନ୍ତ ପରିସର ଭୁକ୍ତ କରିଥିଲା । ସେଠାରେ ୨ ଜଣ ଯୁବକ ବାଇକ ଚୋରୀ କରିନେଉଥିବାର ଦୃଶ୍ୟ କଏଦ ହୋଇଛି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.