thumbnail

By

Published : Mar 7, 2022, 3:26 PM IST

Updated : Feb 3, 2023, 8:18 PM IST

ETV Bharat / Videos

ପୌର ଫାଇଟ: ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କ ସହ ସ୍ବତନ୍ତ୍ର ଆଲୋଚନା

ରାୟଗଡ଼ା: ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସହରର ବରିଷ୍ଠ ଆଇନଜୀବୀ ପି ମହେଶ ପଟ୍ଟନାୟକଙ୍କ ନାମ ଘୋଷଣା କରିଛି ବିଜେଡି । ବିଜୁ ଜନତା ଦଳର ଜଣେ ସକ୍ରିୟ ସଦସ୍ୟ ତଥା ସହରରେ ତାଙ୍କର ଖୁବ ଲୋକପ୍ରିୟତା ରହିଛି | ସେ ପୂର୍ବରୁ ପୌର ପରିଷଦର କାଉନସିଲର ମଧ୍ୟ ଥିଲେ | ଏଣୁ ସେ ଆଗାମୀ ଦିନରେ ପୌର ଅଧ୍ୟକ୍ଷ ପାଇଁ ଉଚିତ ପ୍ରାର୍ଥୀ ବୋଲି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ କହିଛନ୍ତି । ଆଜି ବିଜୁ ଜନତା ଦଳ ପକ୍ଷରୁ ରାୟଗଡା ପୌର ପରିଷଦର 24ଟି କାଉନସିଲରଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ନାମାଙ୍କନ ପତ୍ର ଦାଖଲ ଶେଷ ଦିନରେ ବିଜେଡି ପ୍ରାର୍ଥୀମାନେ ଫର୍ମ ପୂରଣ କରିବା ନେଇ ସାଂସଦ ଭାସ୍କର ରାଓ ସୂଚନା ଦେଇଛନ୍ତି | ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.