ଲାଲକିଲ୍ଲା ଦଙ୍ଗାକାରୀଙ୍କୁ ଦଣ୍ଡ ଦେବାକୁ ଫରେନସିକ ଟିମ ଓ କ୍ରାଇମବ୍ରାଞ୍ଚର ଯାଞ୍ଚ ଜାରି - ଲାଲକିଲ୍ଲା ଦଙ୍ଗା
🎬 Watch Now: Feature Video
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଆନ୍ଦୋଳନରତ କୃଷକ ଟ୍ରାକ୍ଟର ରାଲି କରିଥିଲେ । ଏହି ସମୟରେ ଆନ୍ଦୋଳନକାରୀମାନେ ସବୁ ନିୟମ ଉଲଙ୍ଘନ କରି ଦେଶର ଐତିହାସିକ ଦୁର୍ଗ ଲାଲକିଲ୍ଲାର ସୁରକ୍ଷା ବନ୍ଦୀକୁ ଭାଙ୍ଗି ତାହା ମଧ୍ୟରେ ଟ୍ରାକ୍ଟର ସହ ପ୍ରବେଶ କରିଥିଲେ । ଯଦ୍ବାରା ଲାଲକିଲ୍ଲା ଭିତରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏଥିରେ ଅନେକ ପୋଲିସ କର୍ମୀ ଆହତ ହେବା ସହ ଦୁର୍ଗର ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏହି ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଓ ଫରେନସିକ ଟିମ ଲାଲକିଲ୍ଲାରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛନ୍ତି । ଏପରିକି ଡ୍ରୋନ ସାହାଯ୍ୟରେ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି । କିଭଳି ଚାଲିଛି ତଦନ୍ତ, ଦେଖନ୍ତୁ ଭିଡିଓ...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ