ଭାରତରେ 7 ଲକ୍ଷର ଏକ ବିରଳ ବିଲେଇ, ଯାହାର ଆଖିର ରଙ୍ଗ ଭିନ୍ନ ଭିନ୍ନ

🎬 Watch Now: Feature Video

thumbnail

By

Published : Jan 28, 2021, 6:15 AM IST

ଭୋପାଳ: ମଧ୍ୟପ୍ରଦେଶ ବୈତୁଲରେ ଦେଖିବାକୁ ମିଳିଛି ଏକ ବିରଳ ପ୍ରଜାତି ବିଲେଇ । ଯାହାକୁ ଦେଖଇବାକୁ ଏବେ ଲୋକଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳିଛି । ଆପଣ ଦେଖୁଥିବା ଏହି ଧଳା ଫରଫର ବିଲେଇର ଏକ ବିଶେଷତା ମଧ୍ୟ ରହିଛି। ଏହାର ଗୋଟିଏ ଆଖି ନୀଳ ଓ ଅନ୍ୟ ଆଖି ସୁନେଲି ରଙ୍ଗର ରହିଛି। କୋଳରେ ବିଲେଇକୁ ଧରିଥିବା ଏହି ବ୍ୟକ୍ତି ଜଣକ ହେଲେ ଅନୁଭବ ସିଂହ । ସେ ଗତ 2 ମାସ ପୂର୍ବେ ଭୋପାଳରୁ ଯେତେବେଳେ ସାରଣୀ ଯାଉଥିଲେ, ସେହି ସମୟରେ ଏକ ଜଙ୍ଗଲ ରାସ୍ତାରେ ଗଲାବେଳେ ସେ ଏହି ବିଲେଇଟିକୁ କୁକୁରଙ୍କ ଠାରୁ ରକ୍ଷା କରି ନିଜ ସାଥିରେ ଘରକୁ ନେଇଆସିଲେ । ଯାହାକୁ ଦେଖି ତାଙ୍କ ପରିବାର ଲୋକେ ବହୁତ ଖୁସି ହେବା ସହ ଏବେ ଏହି ବିଲେଇ ପରିବାରର ସଦସ୍ୟ । ଯାହାର ନାଁ ରହିଛି ହୈଜି । ଏନେଇ ଇଣ୍ଟରନେଟରେ ସର୍ଚ୍ଚ କରିବା ପରେ, ଏହା ଅତ୍ୟନ୍ତ ଦୁର୍ଲଭ ବିଲେଇ ସହ ଏହା ଭାରତରେ ବିରଳପ୍ରାୟ । ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ବିଲେଇର ଦାମ କେତେ ଡଲାର ହୋଇଥିବାବେଳେ ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ 5 ରୁ 7 ଲକ୍ଷ ଟଙ୍କା ହେବ । ଏହି ବିଲେଇକୁ ପାଇଁ ଏହି ପରିବାର ନିଜକୁ ଭାଗ୍ୟବାନ ବୋଲି ମନେ କରିବା ସହ ଏବେ ପରିବାରର ସଦସ୍ୟ ହୋଇସାରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.