କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ସହାୟତା ଘୋଷଣା

🎬 Watch Now: Feature Video

thumbnail
ଗାନ୍ଧୀନଗର: ଗୁଜୁରାଟର ଅହମ୍ମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ । 8 ଜଣ ମୃତ । ଶ୍ରେୟ କୋଭିଡ ହସ୍ପିଟାଲରେ ନିଆଁ ଲାଗି ଏପରି ଅଘଟଣ ଘଟିଥିବା ସୂଚନା । ପ୍ରାଥମିକ ତଦନ୍ତରୁ ଏହା ସର୍ଟସର୍କିଟରୁ ହୋଇଥିବା କୁହାଯାଉଛି । ଅହମ୍ମଦାବାଦର ନବରଙ୍ଗପୁରା ଅଞ୍ଚଳରେ ଥିବା ଏହି ହସ୍ପିଟାଲରେ ରାତି 3ଟାରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ 49 ଜଣ ରୋଗୀ ଥିବାବେଳେ ସେମାନଙ୍କ ମଧ୍ୟରୁ 8 ଜଣଙ୍କର ଦେହାନ୍ତ ହୋଇଛି । ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଓ 3 ଜଣ ମହିଳା ରହିଛନ୍ତି। ସେହିପରି ଜଣେ ପାରା ମେଡିକାଲ ଷ୍ଟାପ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ 6ଟି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.