thumbnail

By

Published : Jan 15, 2021, 3:59 PM IST

ETV Bharat / Videos

ଆନ୍ଦୋଳନରତ ଚାଷୀଙ୍କ ପାଖରେ ପହଞ୍ଚିଲେ ରହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଭଦ୍ରା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ 51 ଦିନ ହେଲା ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଆଜି ସରକାର ଓ ଆନ୍ଦୋଳନରତ କୃଷକ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଚାଲିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷକ ମାନଙ୍କ ପ୍ରତିନିଧି ମଧ୍ୟରେ ଚାଲିଛି ଆଲୋଚନା । ସରକାର ଓ କୃଷକ ମଧ୍ୟରେ ହେଉଥିବା ଆଲୋଚନାକୁ ଗୁରୁତ୍ବପୂର୍ଣ୍ଣ ରହିଛି । ଏହି ବୈଠକରେ କେନ୍ଦ୍ରସରକାଙ୍କ ପକ୍ଷର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଲୋଚନା କରୁଛନ୍ତି । ସୂଚନାଥାଉକି କେନ୍ଦ୍ର ସରକାର ନୂତନ ଭାବେ ପ୍ରଣୟନ କରିଥିବା କୃଷି ଆଇନକୁ ସୁପ୍ରିମକୋର୍ଟ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସ୍ବତନ୍ତ୍ର 4 ଜଣିଆ କମିଟି ଗଠନ କରିଛନ୍ତି । ସେପଟେ ଦାବି ପୂରଣ ନହେଲେ ଜାନୁଆରୀ 26 ତାରିଖରେ ଚାଷୀମାନେ ଟ୍ରାକ୍ଟର ପ୍ୟାରେଡ କରିବେ ବୋଲି ସମସ୍ତ ଚାଷୀ ସଙ୍ଗଠନ ଚେତାବନୀ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.