କାଦୁଅରେ ଫସିଗଲା ଛୁଆ ହାତୀ, କେମିତି ଉଦ୍ଧାର ହେଲା ଦେଖନ୍ତୁ... - କର୍ଣ୍ଣାଟକ କାଦୁଅରେ ଫସିଗଲା ହାତୀ
🎬 Watch Now: Feature Video
ବେଙ୍ଗାଲୁରୁ: କାଦୁଅରେ ଫସିଗଲା ଛୁଆ ହାତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବନ୍ଦିପୁର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ । ଏକ ଛୁଆ ହାତୀ କାଦୁଅରେ ଫସି ରହିବା ପରେ ବାହାରକୁ ବାହାରିବା ପାଇଁ ବହୁତ ପ୍ରୟାସ କରିଥିଲା । ବାରମ୍ବାର ଚେଷ୍ଟା ପରେ ବି ଖସଡା ଭିତରୁ ବାହାରି ପାରିନଥିଲା ହାତୀଛୁଆ । ଶେଷରେ ବନବିଭାଗ ଅଧିକାରୀ ପହଞ୍ଚି ଜେସିବି ସାହାଯ୍ୟରେ ଛୁଆ ହାତୀକୁ କାଦୁଅରୁ ବାହାର କରିଥିଲେ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ