'ସେବାମନୋବୃତ୍ତିରେ ଦୀପକ ସାଥେ ଥିଲେ ଆଗୁଆ' - ବିମାନ ଦୁର୍ଘଟଣା

🎬 Watch Now: Feature Video

thumbnail

By

Published : Aug 8, 2020, 4:36 PM IST

ମୁମ୍ବାଇ: କୋଝିକୋଡ ବିମାନ ଦୁର୍ଘଟଣାରେ ୱିଙ୍ଗ କମାଣ୍ଡର ଦୀପକ ସାଥେଙ୍କ ସମେତ 19 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ସମୟରେ ଦୀପକ ସାଥେଙ୍କ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିଛନ୍ତି ତାଙ୍କ ମା ନୀଲାବାଇ ସାଥେ । ସେ ଜଣେ ମହାନ ପୁତ୍ର ଥିଲେ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ସର୍ବଦା ପ୍ରଥମ ଥିଲେ । ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ନୀଲାବାଇ କହିଛନ୍ତି । ୱିଙ୍ଗ କମାଣ୍ଡର ଦୀପକ ସାଥେଙ୍କ ବାପା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ । ସାଥେଙ୍କ ବାପା ବସନ୍ତ ସାଥେ ଏବଂ ମା ନୀଲାବାଇ ଉଭୟ ନାଗପୁରରେ ରୁହନ୍ତି । ତେବେ ନିଜ ପୁଅକୁ ହରାଇବାର ଦୁଃଖ ଅଛି ସତ ହେଲେ ଦେଶ ପାଇଁ ସେ ନିଜ ଜୀବନ ଉତ୍ସର୍ଗୀକୃତ କରିଥିବାରୁ ଗର୍ବ ଅନୁଭବ କରିଛନ୍ତି ନୀଲାବାଇ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.