ଉଜୈନର ମହାକାଳେଶ୍ବର ମନ୍ଦିରରେ ଲାଗିଲା 150 କେଜିର ରୂପା କବାଟ

By

Published : Nov 11, 2019, 12:54 PM IST

thumbnail
ଭୋପାଳ: ମଧ୍ୟପ୍ରଦେଶରେ ଥିବା ଉଜୈନର ମହାକାଳେଶ୍ବର ମନ୍ଦିର ବିଶ୍ବ ପ୍ରସିଦ୍ଧ ଅଟେ । ବିଶ୍ବାସ ରହିଛିଯେ, ଏହି ମନ୍ଦିରରେ ଭକ୍ତ ଯଦି ଭଗବାନକୁ କିଛି ମାଗେ ତେବେ ପ୍ରଭୁ ମହାକାଳ ତାର ମନୋକାମନା ପୂରଣ କରିଥାନ୍ତି । ଆଉ ଏହାପରେ ଭକ୍ତ ଖୁସି ହୋଇ ଭଗବାନଙ୍କୁ ଦାନ ଆକାରରେ କିଛି ଭବ୍ୟ ପଦାର୍ଥ ଅର୍ପଣ କରିଥାଏ । ସେହିଭଳି ଦିଲ୍ଲୀର ଜଣେ ଭକ୍ତ ଦାନ ସ୍ବରୂପ ମହାକାଳେଶ୍ବର ମନ୍ଦିରର ଗର୍ଭଗୃହ ପାଇଁ 150 କେଜିର ରୂପାର କବାଟ ଅର୍ପଣ କରିଛନ୍ତି । ଯାହାର ମୂଲ୍ୟ ରହିଛି 86 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.