ଜମ୍ମୁ ଓ କାଶ୍ମୀରରେ ଭୋଟ ଦେଲେ 135 ବର୍ଷୀୟ ବୃଦ୍ଧା - old woman cast vote

🎬 Watch Now: Feature Video

thumbnail

By

Published : Dec 1, 2020, 1:51 PM IST

ଶ୍ରୀନଗର: ଆଜି(ମଙ୍ଗଳବାର) ଜମ୍ମୁ ଓ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦ (ଡିଡିସି)ର ଦ୍ବିତୀୟ ପର୍ଯ୍ୟାୟ ଭୋଟ । ସକାଳ 7ଟାରୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ମତଦାତା । ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିଥିବାବେଳେ ଜଣେ 135 ବର୍ଷୀୟ ବୃଦ୍ଧା ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ ଓ କାଶ୍ମୀରର ପୁଞ୍ଜ ଜିଲ୍ଲାସ୍ଥିତ ସୁରୋଙ୍କୋଟେ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରରେ । ବୃଦ୍ଧାଙ୍କ ନାମ ଲାଲ ସୈଖ ବୋଲି ଜଣାପଡିଛି । ଜଣେ ସଚେତନ ନାଗରିକ ଭାବେ ତାଙ୍କ ଉତ୍ସାହ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.