ନିର୍ବାଚନ ଶେଷ, ଝୁଲୁଛି ପୋଷ୍ଟର ବ୍ୟାନର: ଖୋଲିବାକୁ ଉଠିଲା ଦାବି - ପୋଷ୍ଟର ବ୍ୟାନର ଯୋଗୁଁ ବାଲେଶ୍ବରରେ ଦୁର୍ଘଟଣା ଆଶଙ୍କା
🎬 Watch Now: Feature Video
ବାଲେଶ୍ବର: ପୌର ନିର୍ବାଚନ ପାଇଁ ବାଲେଶ୍ୱର ସହର ସାରା ବିଭିନ୍ନ ରାଜନୈତିକ ଦଳର ପୋଷ୍ଟର ଓ ହୋର୍ଡିଂ ଲାଗିଥିଲା । ବର୍ତ୍ତମାନ ଏହି ହୋର୍ଡିଂ ଯୋଗୁଁ ସହରବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଏଠାରେ ଯାତାୟାତ ବାଧାପ୍ରାପ୍ତ ହେଉଛି । କିଛି ବ୍ୟାନର ଛିଣ୍ଡି ଯିବାରୁ ଲୋକେ ଆହତ ହୋଇଛନ୍ତି । ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନର ଓ ପୋଷ୍ଟର ଗୁଡିକ ଏବେ ବିପଦ ସୃଷ୍ଟି କରୁଛି । ବାଲେଶ୍ଵରର ସ୍ୱେଚ୍ଛାସେବୀ ସଂଗଠନ ହେଲ୍ପିଂ ସୋସାଇଟି ପକ୍ଷରୁ ତୁରନ୍ତ ଏଭଳି ବ୍ୟାନର ଓ ପୋଷ୍ଟର ଖୋଲିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ପୌର ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏବେବି ବିଭିନ୍ନ ପ୍ରାର୍ଥୀଙ୍କ ପୋଷ୍ଟର ବ୍ୟାନର ରାସ୍ତା ଉପରେ ଝୁଲୁଛି । ଫଳେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାର ଶିକାର ହେବା ଆଶଙ୍କା କରାଯାଉଛି । ସହରର ଗଳିକନ୍ଦିରେ ଏମିତି ପୋଷ୍ଟର ବ୍ୟାନର ଗୁଡିକ ଖୋଲିବା ନେଇ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । 7 ଦିନ ଭିତରେ ଏସବୁ ଖୋଲା ନଗଲେ ହେଲ୍ପିଂ ସୋସାଇଟି କର୍ମକର୍ତ୍ତାମାନେ ନିଜେ ଏହାକୁ ଖୋଲିବେ ବୋଲି କହିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST