ଭଦ୍ରକରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ - ଭଦ୍ରକରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
🎬 Watch Now: Feature Video
ଭଦ୍ରକ: ଜିଲ୍ଲା ରିଜର୍ଭ ପୋଲିସ ପଡ଼ିଆରେ 87ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି କ୍ରମରେ ରିଜର୍ଭ ପୋଲିସ ପଡ଼ିଆରେ ଏକ ପରେଡ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଏସପି ଚରଣ ସିଂ ମିନା ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହିତ ଶହୀଦ ପୋଲିସ ସପାହୀଙ୍କ ସ୍ମୃତି ଚାରଣ କରିଥିଲେ । ଦୀର୍ଘ ଦଶନ୍ଧି ହେବ ଓଡ଼ିଶା ପୋଲିସ ଜନ ସାଧାରଣଙ୍କ ଧନଜୀବନର ସୁରକ୍ଷା ସହ ଶାନ୍ତି ସ୍ଥାପନ କରୁଛି । ଲୋକଙ୍କ ସେବାକୁ ସଦାସର୍ବଦା ପୋଲିସ ପ୍ରାଥମିକତା ଦେବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ଭଦ୍ରକ ଏସ୍ପି । ଏହି ଅବସରରେ ଜିଲ୍ଲାର କେତେକ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ ନିଷ୍ଠାପର ସେବା ପାଇଁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଭଦ୍ରକରୁ ଦେବଶିଷ ମହାପାତ୍ର, ଇଟିଭି ଭାରତ
Last Updated : Feb 3, 2023, 8:21 PM IST