Birbhum Violence: ପଶ୍ଚିମବଙ୍ଗରେ ଜନ୍ମ ନେବା ଅପରାଧ ନୁହେଁ କହି କାନ୍ଦିଲେ ରୂପା ଗାଙ୍ଗୁଲୀ

🎬 Watch Now: Feature Video

thumbnail

By

Published : Mar 25, 2022, 8:35 PM IST

Updated : Feb 3, 2023, 8:20 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଘଟିଥିବା ନୃଶଂସ ଗଣହତ୍ୟାକୁ ନେଇ ଆଜି ରାଜ୍ୟସଭାରେ କାନ୍ଦି ପକାଇଲେ ବିଜେପି ସାଂସଦ ରୂପା ଗାଙ୍ଗୁଲୀ । ରାଜ୍ୟରେ ହତ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ତୁରନ୍ତ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଜାରି କରନ୍ତୁ ବୋଲି ଦାବି କରିଛନ୍ତି । ଏହାସହ ରାଜ୍ୟରେ କିଭଳି ଲୋକେ ବଞ୍ଚୁଛନ୍ତି, ଭୟରେ ଘରଦ୍ବାର ଛାଡି ପଳାଉଛନ୍ତି ତାହା କହିବା ବେଳେ ରୂପା କାନ୍ଦି ପକାଇଥିଲେ । ମମତା ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ରୂପା କହିଛନ୍ତି ଲୋକେ ମୁହଁ ଖୋଲିବାକୁ ଭୟ କରୁଛନ୍ତି, ଡରି ଡରି ବଞ୍ଚୁଛନ୍ତି । ହତ୍ୟାକାରୀଙ୍କୁ ସରକାର ସୁରକ୍ଷା ଦେଉଛି । ରାଜ୍ୟରେ ଗତ 7 ଦିନରେ 26 ଟି ରାଜନୈତିକ ହତ୍ୟା ହେଲାଣି । ଲୋକେ ଭୟରେ ରାଜ୍ୟ ଛାଡୁଛନ୍ତି । ରହିବା ପାଇଁ ଡରୁଛନ୍ତି । ସରକାର ଗଣହତ୍ୟା କରୁଛନ୍ତି । ତେଣୁ ତୁରନ୍ତ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି ରୂପା ।
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.