ମାଦକ ଦ୍ରବ୍ୟରେ ଭଗବାନଙ୍କ ଅଭିଷେକ, ଭୋଗରେ ଲାଗୁଛି ମଦ ଆଉ ସିଗାରେଟ
🎬 Watch Now: Feature Video
ବେଙ୍ଗାଲୁରୁ: ଆଶ୍ଚର୍ଯ୍ୟ, ଅଦ୍ଭୂତ ଅବିଶ୍ବସନୀୟ । ଏହା ବିଶ୍ବାସ ନା ଆଉ କିଛି ଭାବିବାକୁ ବାଧ୍ୟ ହେବେ । ଭକ୍ତ ଭଗବାନଙ୍କ ନିକଟରେ ସାଧାରଣତଃ ଫୁଲ, ଫଳ ଆଉ କ୍ଷୀର ଲଗାଇଥାନ୍ତି । ହେଲେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ମଦ ଓ ସିଗାରେଟ ଭଳି ମାଦକ ଦ୍ରବ୍ୟ ଭଗବାନଙ୍କୁ ସମର୍ପଣ କରାଯାଉଛି । ଏପରି ଦେଖିବାକୁ ମିଳିଛି କର୍ଣ୍ଣାଟକର କରୱାରରେ ଥିବା ଭଗବାନ ଖର୍ପିଙ୍କ ନିକଟରେ । ଫୁଲ, ଫଳ ନଡିଆ ସହିତ ମଦ, ସିଗାରେଟ ଓ ନବୈଦ୍ୟରେ କୁକୁଡା ମଧ୍ୟ ଭୋଗରେ ଲଗାଯାଉଛି । ଏପରି କରିବା ଦ୍ବାରା ସେମାନଙ୍କ ମନୋବାଞ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।
Last Updated : Feb 3, 2023, 8:21 PM IST